Thursday, February 12, 2026
16.2 C
Odisha

    ଲଖନଉରେ ଭୁଶୁଡିଲା ଅଟ୍ଟାଳିକା, ୪ ଜଣଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି | ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।
    ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲଖନଉ ସାଂସଦ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ସାଂସଦ ରାଜନାଥ ସିଂ ଏକ୍ସରେ ଲେଖିଛନ୍ତି – “ଲଖନଉରେ ଏକ କୋଠା ଭୁଶୁଡ଼ିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ମୁଁ ଲଖନଉର ଜିଲ୍ଲାପାଳଙ୍କ ସହ କଥା ହୋଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି ଏବଂ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    63 %
    1.5kmh
    0 %
    Thu
    32 °
    Fri
    33 °
    Sat
    34 °
    Sun
    34 °
    Mon
    33 °

    ସମ୍ବନ୍ଧିତ