ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା

ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା

ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ଓଡିଶା ବେହାଲ। ବର୍ଷରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ବିଭିନ୍ନ ଅଞ୍ଚଳ ଜଳ ବନ୍ଦୀ ହୋଇ ରହିଛି। ଭଦ୍ରକ ଜିଲ୍ଲା ଆଖୁଆପଦାରେ ବିପଦ ସଂକେତ ଛୁଇଁଛି ବୈତରଣୀ ନଦୀ। ସକାଳ ୮ଟା ସୁଦ୍ଧା ବିପଦ ସଂକେତ ଉପରେ ୧୭.୮୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ନୟାଗଡ଼ ଭାପୁରର ଫତେଗଡ଼ରେ କାଳୀଗିରି ପୋଲ ଉପରେ ୪ ଫୁଟ ପାଣି ଜମିରହିଛି।ପୋଲ ଉପରେ ପାଣି ଜମି ରହିବାରୁ ଫତେଗଡ଼-କଳାପଥର ଓ ଫତେଗଡ଼-ଧଳାପଥର ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଛି। ଭାପୁର ବ୍ଲକ ମଣିପୁର ଗାଁ ରାସ୍ତାରେ ବି ବନ୍ୟା ଜଳ ପ୍ରବାହିତ ହେବା ସହ ଉକ୍ତ ଗାଁ ଜଳବନ୍ଦୀ ହୋଇଛି। ସେହିପରି ବଲାଙ୍ଗିର ସହରର ପାଟଣେଶ୍ବରୀ ମନ୍ଦିରରେ ପାଣି ପଡ଼ିଛି। ଜିଲ୍ଲାରେ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଜୁଳି ନାହିଁ କି ମନ୍ଦିରରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ସେହିପରି ବାଲେଶ୍ବର ଜିଲ୍ଲାର ଜଳକା ନଦୀ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି। ବସ୍ତାରେ ମଥାନୀ ବିପଦ ସଂକେତ ଉପରେ ୫.୫ ମିଟର ରହିଛି। ଯଦି ଜଳସ୍ତର ୬.୫ ମିଟର ଟପେ ତେବେ ୭ଟି ପଞ୍ଚାୟତ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ବସ୍ତା ବ୍ଲକର ୫ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହୋଇପାରେ।