ଲୁଟ କରି ୩ ହୋମଗାର୍ଡ ଗିରଫ

ଲୁଟ କରି ୩ ହୋମଗାର୍ଡ ଗିରଫ
ଲୁଟ କରି ୩ ହୋମଗାର୍ଡ ଗିରଫ

କଟକ: ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପହରା ଦେଉଥିବା ସୁରକ୍ଷାକର୍ମୀ ହିଁ ସାଜିଲେ ଲୁଟରେ। ବନ୍ଧା ହେଲେ ହୋମଗାର୍ଡ। ରାତିରେ ଡ୍ୟୁଟି ବେଳେ ଜଣେ ବ୍ୟକ୍ତିଠାରୁ ଲୁଟିନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି କଟକ ଦୋଳମୁଣ୍ଡାଇ ଅଞ୍ଚଳରେ। ଲୁଟ ଅଭିଯୋଗରେ ତିନି ହୋମଗାର୍ଡଙ୍କୁ କଟକ ବାଦାମମାଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିବା ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ଜଣ ହୋମଗାର୍ଡ ତାଙ୍କୁ ଅଟକାଇଥିଲେ। କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିଥିଲେ ଏବଂ ୫୦୦ ଟଙ୍କା ନେଇଥିଲେ।

ଏହାପରେ ବ୍ୟକ୍ତିଙ୍କ ପାଖରେ ଅଧିକ ଟଙ୍କା ଥିବା ଜାଣି ପାରି ତାଙ୍କ ପାଖରେ ଥିବା ୨୫ ହଜାର ଟଙ୍କା ଛଡାଇ ନେଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏନେଇ ବାଦାମବାଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ହୋମଗାର୍ଡ ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।