ଲଦାଖରେ ଭାରତ ଏକ ଇଞ୍ଚ ମାଟି ହରାଇ ନାହିଁ: ନରୱଣେ

ଲଦାଖରେ ଭାରତ ଏକ ଇଞ୍ଚ ମାଟି ହରାଇ ନାହିଁ: ନରୱଣେ
ଲଦାଖରେ ଭାରତ ଏକ ଇଞ୍ଚ ମାଟି ହରାଇ ନାହିଁ: ନରୱଣେ

ନୂଆଦିଲ୍ଲୀ: ଭାରତୀୟ ସେନାର ମୁଖ୍ୟ ଏମ୍‌ଏମ୍ ନରୱଣେ କହିଛନ୍ତି ଯେ, ଚୀନ ସହିତ ଲଢ଼େଇ ସମୟରେ ଭାରତ ଏକ ଇଞ୍ଚ ମାଟି ହରାଇ ନାହିଁ। ଭାରତର ସେନା ଯେଉଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ ହୋଇଥିଲେ ଏବଂ ଭାରତ ପାଖରେ ପୂର୍ବରୁ ଯେଉଁ ଜମି ଥିଲା, ତାହା ଏବେ ବି ଭାରତ ପାଖରେ ଅଛି।

ଆମେ ବିବାଦର ପୂର୍ବ ସ୍ଥିତିରେ ପହଞ୍ଚିଛୁ। ମାତ୍ର ସେ କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଉତ୍ତେଜନା ଏବେ ବି ଜାରି ରହିଛି। ଏହା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଦେଖାଯାଉଛି। ବୁଝାମଣା ପରେ ଚୀନ ପୂର୍ବ ଲଦାଖର ପେଙ୍ଗାଙ୍ଗ ଅଞ୍ଚଳରୁ ସୈନିକଙ୍କୁ ହଟାଇବା ପରେ ଭାରତ ଲାଗି କେବଳ ବିପଦ କମ ହୋଇଛି, ଏହା ପୂରାପୁରି ଶେଷ ହୋଇନାହିଁ। ଗତ ବର୍ଷ ମେ’ ମାସ ଠାରୁ ଏଲଏସିରେ ଚୀନ ସହିତ ମୁହାଁମୁହିଁ ପରିସ୍ଥିତି ଆରମ୍ଭ ହୋଇଥିଲା।