Wednesday, March 11, 2026
32.7 C
Odisha

    ଲିଙ୍ଗରାଜ ମନ୍ଦିରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା, ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ ନୋଟିସ

    ଆଗକୁ ପଢନ୍ତୁ

    ଶ୍ରୀଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା ନେଇ ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ ଜାରି ହେବ ନୋଟିସ୍। ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି ସଂପୃକ୍ତ ସେବାୟତ। ଟ୍ରଷ୍ଟବୋର୍ଡ ବୈଠକରେ ଏ ନେଇ ଆଲୋଚନା ହେବ । ଏଣିକି ସିଂହଦ୍ବାର ନିକଟରେ ହେବ କଡା ଚେକିଂ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ କଡା ଚେକିଂ ହେବ। ସେବାୟତମାନେ ମଧ୍ୟ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ ମହାନ୍ତି।ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ରହିଥିଲେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲ‌ରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    22 %
    2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ