Monday, April 27, 2026
28.3 C
Odisha

    ଲୋକନାଥଙ୍କ ପାଖରୁ ଆସିଲା ଆଜ୍ଞାମାଳ,ଖୋଲିବ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ପୁରୀ : ବହୁ ପ୍ରତୀକ୍ଷାର ଆଜି ଶେଷ ଦିନ।ଶେଷରେ ବହୁ ବର୍ଷ ପରେ ଆଜି ଖୋଲୁଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏଥିପାଇଁ  ମହାପ୍ରଭୁ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଲୋକନାଥଙ୍କ ଅନୁମତି କ୍ରମେ ଆଜ୍ଞାମାଳ ଧରି ଶ୍ରୀମନ୍ଦିରେ ପହଞ୍ଚିଛନ୍ତି ସେବାୟତ ।ତେବେ ଆଜି ଦିନ ୧ଟା ପରେ ଖୋଲିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏଥିପାଇଁ ଆଜି ୧୦ଟା ବେଳୁ ଚାଲିଛି ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ । ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।ତେବେ ଦୀର୍ଘ ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗୁମର । ଆଜି ଦିନ ୧ଟା ପରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଗତକାଲି ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।ରତ୍ନଭଣ୍ଡାର ଖୋଲାଯିବା ପରେ, ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର  ପ୍ରତିନିଧି ଉପସ୍ଥିତ ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    47 %
    2.3kmh
    6 %
    Sun
    28 °
    Mon
    43 °
    Tue
    41 °
    Wed
    42 °
    Thu
    42 °

    ସମ୍ବନ୍ଧିତ