ଶୂକଶାରୀ ମନ୍ଦିର ଚର୍ତୁପାଶ୍ୱର୍ରୁ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ- ଧର୍ମେନ୍ଦ୍ର ପ୍ରଧାନ

ଶୂକଶାରୀ ମନ୍ଦିର ଚର୍ତୁପାଶ୍ୱର୍ରୁ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ- ଧର୍ମେନ୍ଦ୍ର ପ୍ରଧାନ
ଶୂକଶାରୀ ମନ୍ଦିର ଚର୍ତୁପାଶ୍ୱର୍ରୁ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ଭାସ୍କର୍ଯ୍ୟର ସଂରକ୍ଷଣ କରିବା ଦିଗରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ବିସ୍ତୃତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ର ଜରିଆରେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଏଏସଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରୁ ସୋମବଂଶୀ ସମୟର ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି। ଏଏସଆଇ ନିକଟରେ ଦୁଇଟି ଢ଼ାଞ୍ଚା ଆବିଷ୍କାର କରିଛି, ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି। ଏଏସଆଇର ବିଶେଷଜ୍ଞମାନେ ମିଳିଥିବା ତଥ୍ୟନୁସାରେ ମତ ଦେଇଛନ୍ତି ଯେ, ଶାରୀ ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି। ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୁକ୍ତ ରହିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ମନେହେଉଛି ଯେ ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଞ୍ଚାର ଆଶଙ୍କା କରାଯାଉଛି।