ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି
ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ ମାମଲାରେ ଅନ୍ୟତମ ଅଭିଯୁକ୍ତ ମୁମ୍ବଇସ୍ଥିତ ଓକିଲ ତଥା ସାମାଜିକ କର୍ମୀ ନିକିତା ଜ୍ୟାକବଙ୍କ ଆଗୁଆ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ବୁଧବାର ଏହି ରାୟ ପ୍ରକାଶ ପାଇବ। ଟୁଲକିଟ୍‌ ମାମଲାକୁ ନେଇ ଦିଲ୍ଲୀସ୍ଥିତ ଏକ ଅଦାଲତ ଶାନ୍ତନୁ ଓ ନିକିତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଦିଲ୍ଲୀ ପୁଲିସର ଏତଲା ଆଧାରରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।