ଶବଦାହ ପାଇଁ ଲମ୍ବା ଲାଇନ୍, ମୃତଦେହ ଧରି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା

ଶବଦାହ ପାଇଁ ଲମ୍ବା ଲାଇନ୍, ମୃତଦେହ ଧରି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା
ଶବଦାହ ପାଇଁ ଲମ୍ବା ଲାଇନ୍, ମୃତଦେହ ଧରି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବା ପରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । କେଉଁଠି କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ୍ । ଫଳରେ ଗୁରୁତର ରୋଗୀ ଜୀବନ ହାରୁଛନ୍ତି । ଆଉ ଏ ହେଉଛି ତା’ପରର ଦୃଶ୍ୟ । ସଂସ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍ ଲାଗିଛି । ଉତ୍ତରପ୍ରଦେଶ ଗାଜିଆବାଦ ମହାନଗର ନିଗମ ଅଧୀନରେ ଥିବା ଶବଦାହ ଗୃହରେ ଧାଡ଼ି ଧାଡ଼ି ହୋଇ ସଂସ୍କାର ଅପେକ୍ଷାରେ ପଡ଼ି ରହିଛି ମୃତଦେହ ।

ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୯ ଜଣଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ମୃତକଙ୍କ ଲାଗି ପୂର୍ବରୁ ଏଭଳି ଭିଡ଼ ହେଉନଥିବା ବେଳେ ଗତ ୧୦ ଦିନ ହେଲା ଲମ୍ବା ଲାଇନ୍ ଲାଗୁଥିବା କହିଛନ୍ତି ଶବଦାହ ଗୃହ ଦାୟିତ୍ୱରେ ଥିବା କର୍ମଚାରୀ । ଗୋଟିଏ ପଟେ କୋଭିଡ୍ ମୃତକଙ୍କ ଶବଦାହ ଲାଗି ଲମ୍ବା ଲାଇନ୍, ଅନ୍ୟପଟେ ଆମ୍ବୁଲାନ୍ସରେ ବି ପଡ଼ି ରହିଛି ଶବ ।

ଅନ୍ୟପଟେ ଗାଜିଆବାଦ ମହାନଗର ନିଗମର କମିଶନରଙ୍କ କହିବା କଥା ସ୍ଥିତି ଠିକ୍ ଅଛି । ଶବଦାହ ଲାଗି ବ୍ୟବସ୍ଥା ବି ହୋଇଛି । ଅଧିକ ମୃତ୍ୟୁ ପାଇଁ ନୁହେଁ ବରଂ ସାମାଜିକ ଦୂରତା ଲାଗି ଲମ୍ବା ଲାଇନ୍ ଲାଗିଛି ।