ଶ୍ମଶାନର ନାହିଁ ସୁବିଧା, ବର୍ଷା ଯୋଗୁଁ ଡିଜେଲ ଢାଳି କରିବାକୁ ପଡ଼ିଲା ଶବଦାହ

ଶ୍ମଶାନର ନାହିଁ ସୁବିଧା, ବର୍ଷା ଯୋଗୁଁ ଡିଜେଲ ଢାଳି କରିବାକୁ ପଡ଼ିଲା ଶବଦାହ
ଶ୍ମଶାନର ନାହିଁ ସୁବିଧା, ବର୍ଷା ଯୋଗୁଁ ଡିଜେଲ ଢାଳି କରିବାକୁ ପଡ଼ିଲା ଶବଦାହ

ମଧ୍ୟପ୍ରଦେଶରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଏଠାରେ ଆଜି ଯାଏଁ ଦଳିତଙ୍କୁ ଶବଦାହ ନେଇ ଦିଆଯାଉନାହିଁ ଶ୍ମଶାନ । ଆତ୍ମୀୟଙ୍କ ମୃତ୍ୟୁ ପରେ ନିଜେ ଶବଦାହ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ବାଂସହେଡା ଗାଁରେ ଦେଖିବାକୁ ମିଳିଛି । ଏଠାରେ ୪୫ ବର୍ଷର ଜନୈକ ମହିଳାଙ୍କ ମୃତ୍ୟୁ ପରେ ଗ୍ରାମବାସୀ କେବଳ ଚିତା ପାଇଁ ଆବଶ୍ୟକ ସାମଗ୍ରୀ ନୁହେଁ, ଟିଣ ଚାଦର ଠାରୁ ସେଡ୍ ପ୍ରସ୍ତୁତ ପାଇଁ କାଠ ଆଦିର ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିଥାଏ ।

ସୂଚନା ମୁତାବକ, ଗୁନାର ବାସାହେଡ଼ା ଗାଁର ୪୫ ବର୍ଷୀୟ ମହିଳା ରାମକନ୍ୟା ବାଇ ହରିଜନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ସମ୍ପର୍କୀୟଙ୍କୁ ମୃତକଙ୍କ ଶବକୁ ଦେଢ଼ ଘଣ୍ଟା ଯାଏଁ ଘରେ ହିଁ ରଖିବାକୁ ପଡ଼ିଥିଲା । ଯେତେବେଳେ ବହୁତ ସମୟ ଯାଏଁ ବର୍ଷା ବନ୍ଦ ହେଲା ନାହିଁ ସମ୍ପର୍କୀୟ ଏବଂ ଗ୍ରାମବାସୀ ମୃତଦେହକୁ ନେଇ ଶବଦାହ କରାଯାଉଥିବା ପଡ଼ିଆରେ ପହଞ୍ଚିଥିଲେ ।

ଏଠାକୁ ଆସିବାକୁ କୌଣସି ପକ୍କା ରାସ୍ତା ମଧ୍ୟ ନାହିଁ । ଲୋକଙ୍କୁ କାଦୁଅ ଭର୍ତ୍ତି ରାସ୍ତାରେ ଆସିବାକୁ ପଡ଼େ । ଏହି କାରଣରୁ ମୃତଦେହ ରାସ୍ତାରେ ଖସିପଡ଼ିବାର ମଧ୍ୟ ଆଶଙ୍କା ରହିଛି ।

ଏଭଳି ସ୍ଥିତିରେ ଗ୍ରାମବାସୀ ରାମକନ୍ୟାଙ୍କ ମୃତଦେହ ନେଇ ଶବଦାହ ପାଇଁ ପହଞ୍ଚିଥିଲେ । ସେଠାରେ କୌଣସି ସେଡ୍ ନଥିଲା ଯାହାର ତଳେ ରଖି ମୃତଦେହର ଅନ୍ତିମ ସଂସ୍କାର କରାଯାଇପାରିବ । ଏଭଳି ସ୍ଥିତିରେ ଗାଁ ଲୋକେ ୨ଟି ଟିଣ ଚାଦର ଆଣିଥିଲେ । ଏବଂ ଚିତା ପ୍ରସ୍ତୁତ କରିଥିଲେ । ବର୍ଷା ଯୋଗୁଁ କାଠ ଓଦା ଥିଲା । ଏଣୁ କିଛି କାଠଗୁଡ଼ିକ ସହ ଟାୟାର ରଖାଯାଇଥିଲା । ଫଳରେ କାଠରେ ନିଆଁ ଧରିଥିଲା । କିନ୍ତୁ ଭଲରେ ନିଆଁ ନ ଧରିବାରୁ ସେଥିରେ ପୁଣି ଡିଜେଲ ଢାଳିବାକୁ ପଡ଼ିଥିଲା । ଗ୍ରାମଲୋକଙ୍କ କହିବା ହେଲେ ଯେ, ସେଠାରେ ଏବେ ଯାଏଁ ଶ୍ମଶାନ ନିର୍ମାଣ ହୋଇନାହିଁ । ସେମାନଙ୍କୁ ସବୁ ବର୍ଷାରେ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗ୍ରାମଲୋକେ ଏ ନେଇ ବାରମ୍ୱାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ବ୍ୟବସ୍ଥା କରାଯାଉନାହିଁ ।