Tuesday, January 20, 2026
30.4 C
Odisha

    ଶରୀରରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ନିଜ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ଆଜିର ବ୍ୟସ୍ତବହୁଳ ଜୀବନରେ ଦେହ ପ୍ରତି ଯତ୍ନଶୀଳ ନହେବାରୁ ଅଳ୍ପ କାମ କଲେ ମଧ୍ୟ ଅଧିକାଂଶ ଲୋକ ବହୁ ସମୟରେ ଥକ୍କା ପଣ ଅନୁଭବ ହେଉଛିନ୍ତି । ଏମିତିକି କମ କାମ କଲେ ମଧ୍ୟ ହାଲିଆ ହେଇ ଯାଉଛନ୍ତି । ଏହା ପଛର ସବୁଠୁ ବଡ କାରଣ ହେଉଛି ରକ୍ତ ହୀନତା । ଯଦିଓ ଶରୀରରେ ରକ୍ତର ଅଭାବ ଯେକୌଣସି ବୟସ ଏବଂ ଯେକୌଣସି ଲିଙ୍ଗର ବ୍ୟକ୍ତିଙ୍କ ସହିତ ହୋଇପାରେ, କିନ୍ତୁ ରକ୍ତହୀନତା ଅର୍ଥାତ୍ ରକ୍ତ ଅଭାବର ସମସ୍ୟା ମହିଳାମାନଙ୍କ ଠାରେ ଅଧିକ ଦେଖାଯାଏ । ପ୍ରକୃତରେ, ମହିଳାମାନେ ସେମାନଙ୍କ ପିରିୟ୍ଡ଼ସ ଏବଂ ଗର୍ଭାବସ୍ଥା ଭଳି ଅନେକ ପରିବର୍ତ୍ତନ ଦେଇ ଗତି କରନ୍ତି । ବୟସ ବୃଦ୍ଧି କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ କିଛି ଲୋକ ରକ୍ତହୀନତାର ଶିକାର ମଧ୍ୟ ହୁଅନ୍ତି । ଶରୀରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଔଷଧ ଖାଇବା ବ୍ୟତୀତ, ଆପଣ ହେଲଦି ଖାଦ୍ୟ ଖାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଶରୀରରେ ରକ୍ତ ବୃଦ୍ଧି କରିବା ପାଇଁ, ଆପଣ କିଛି ଖାଦ୍ୟକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରିପାରିବେ । କେତେ ଗୁଡିଏ ଖାଦ୍ୟକୁ ପ୍ରତିଦିନର ଡାଏଟରେ ସାମିଲ କଲେ ଆପଣ ଅତି ସହଜରେ ନିଜ ଶରୀରର ରକ୍ତ ହୀନତାକୁ ପୂରଣ କରି ପାରିବେ । ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ସେହି ସବୁ ଖାଦ୍ୟ ।

    ରକ୍ତହୀନତା ଯୋଗୁଁ ଶୀଘ୍ର ଥକ୍କା ଲାଗିବା, ସବୁବେଳେ ଦୁର୍ବଳ ଅନୁଭବ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ମୁହଁ ଏବଂ ଆଖିରେ ହଳଦିଆ ପଡ଼ିବା ଭଳି ଲକ୍ଷଣ ଦେଖାଯାଏ, ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଶରୀରରେ ହିମୋଗ୍ଲୋବିନ୍ ଉତ୍ପାଦନ ପାଇଁ ଆଇରନକୁ ସବୁଠାରୁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ଭାବରେ ବିବେଚନା କରାଯାଏ, ଯେତେବେଳେ ଭିଟାମିନ୍ B12 ମଧ୍ୟ ହିମୋଗ୍ଲୋବିନ୍ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଉଚିତ ।
    ବିଟ୍ ରୁଟ୍ : ଶରୀରରେ ରକ୍ତ ଅଭାବକୁ ଦୂର କରିବା ପାଇଁ, ଆପଣ ଆପଣଙ୍କ ଖାଦ୍ୟରେ ବିଟ୍ ରୁଟ୍ ସାମିଲ କରିବା ଉଚିତ । ଏହି ଦୁଇଟି ଜିନିଷ ଆଇରନରେ ଭରପୂର । ବିଟ୍‌ରୁଟ୍‌ ରାନ୍ଧିବା ବ୍ୟତୀତ, ଏହାକୁ ସାଲାଡ୍ ଭାବରେ କଞ୍ଚା ମଧ୍ୟ ଖାଇହେବ, ଯାହା ବହୁତ ଲାଭଦାୟକ ।

    ଖଜୁରୀ : ଖଜୁରୀ ଶରୀର ପାଇଁ ଅତ୍ୟନ୍ତ ଲଭଦାୟୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଦୁଇଟି ଖଜୁରୀକୁ କ୍ଷୀରରେ ଭିଜାଇ ଦିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ଏ ଦୁଇଟିକୁ ପିଇଦିଅନ୍ତୁ । ରକ୍ତ ହୀନତାକୁ ଦୂର କରିବାରେ ଏହା ହେଉଛି ସବୁଠୁ ସହଜ ଉପାୟ ।

    କ୍ଷୀରଜାତ ଦ୍ରବ୍ୟ ଗ୍ରହଣ କରନ୍ତୁ : ଶରୀରରେ ରକ୍ତ ବୃଦ୍ଧି କରିବା ପାଇଁ, ପ୍ରତିଦିନ କ୍ଷୀର ପିଇବା ସହିତ, ଏଥିରୁ ତିଆରି ଉତ୍ପାଦ ଯେପରିକି ଦହି, ପନିର ଇତ୍ୟାଦି ଖାଇବା ଉଚିତ । କ୍ଷୀର ଉତ୍ପାଦରେ କ୍ୟାଲସିୟମ, ଆଇରନ ଏବଂ ଭିଟାମିନ B12 ଥାଏ ଯାହା ହିମୋଗ୍ଲୋବିନ୍ ଉତ୍ପାଦନରେ ସହାୟକ ହୋଇଥାଏ ।

    ବିଭିନ୍ନ ଫଳ : ଶରୀରରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଅଭାବ ପୂରଣ କରିବା ପାଇଁ, ଋତୁକାଳୀନ ଫଳ ଖାଇବା ଭଲ । ଯଦି ଆମେ ଶରୀରରେ ରକ୍ତ ବୃଦ୍ଧି ବିଷୟରେ କଥା ହେବା, ତେବେ ଡାଳିମ୍ବ ଖାଇବା ଭଲ ବୋଲି ବିବେଚନା କରାଯାଏ ।

    ଡ୍ରାଏ ଫ୍ରୁଟ୍ସ : ଯଦି ଶରୀରରେ ରକ୍ତ ଅଭାବ ଅଛି, ତେବେ ପ୍ରତିଦିନ ଅତି କମରେ ୨୫ ଗ୍ରାମ କିସମିସ୍ ଖାଇବା ଉଚିତ । କିସମିସରେ ଏହା ଭଲ ପରିମାଣରେ ଥାଏ । ଅଧ କପ୍ କିସମିସରେ ପ୍ରାୟ ୧.୩ ମିଲିଗ୍ରାମ ଆଇରନ ମିଳିଥାଏ, ଯାହା ଦୈନିକ ଆବଶ୍ୟକତାର ୭ ପ୍ରତିଶତ । ସେଥିପାଇଁ ଯେଉଁମାନଙ୍କର ରକ୍ତ ହୀନତା ସମସ୍ୟା ଅଛି, ସେମାନେ ନିଜ ଡାଏଟରେ ଏହି ସବୁ ଖାଦ୍ୟ ସାମିଲ କରିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    15 %
    2.6kmh
    0 %
    Tue
    28 °
    Wed
    31 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ