Wednesday, January 21, 2026
14.4 C
Odisha

    ଷ୍ଟାର୍ଟଅପ୍ ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା କଲେ ଓୟୋର ରିତେଶ ଅଗ୍ରଓ୍ଵାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଓୟୋର ପ୍ରତିଷ୍ଠାତା ତଥା ଗ୍ରୁପ୍ ସିଇଓ ରିତେଶ ଅଗ୍ରଓ୍ଵାଲ ‘ଟିକସ ମୁକ୍ତ ଭାରତ’ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ବଜେଟରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଘୋଷଣା କରାଯାଇଛି, ଯାହା ଦ୍ୱାରା ଦେଶର ମଧ୍ୟବିତ୍ତ ନାଗରିକମାନେ ଉପକୃତ ହେବ ବୋଲି ରିତେଶ ଅଗ୍ରଓ୍ଵାଲ କହିଛନ୍ତି। ଏହି ପଦକ୍ଷେପ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ବାଟ ପ୍ରଶସ୍ତ କରିପାରିବ। ରିତେଶ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ଭାରତକୁ ଏକ ଟିକସ ମୁକ୍ତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆଗେଇ ନେବ ।

    ଏହାବ୍ୟତୀତ ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ବଜେଟରେ ଅନେକ ନୂଆ ପଦକ୍ଷେପ ନିଆଯାଇଛି। କୃଷି ପର୍ଯ୍ୟଟନ ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ମିତ ‘ମୁଦ୍ରା ଋଣ’କୁ ରିତେଶ ବିଶେଷ ଭାବେ ପ୍ରଶଂସା କରିଥିଲେ।ଭାରତର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶିତ କରିବା ଏବଂ ବିଭିନ୍ନ ପ୍ରକାର ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ।ଏହା ଦ୍ୱାରା କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ନାହିଁ ବରଂ ଦେଶର ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.4 ° C
    14.4 °
    14.4 °
    60 %
    1.1kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ