Tuesday, January 20, 2026
22.5 C
Odisha

    ସଂଗଠନକୁ ମଜଭୁତ କର ଏବଂ ଲୋକଙ୍କ ସେବା ଜାରି ରଖ’: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଆଗାମୀ ଦିନରେ କିଭଳି ଜିଲ୍ଲାରେ ବିଜେଡି ସଂଗଠନକୁ ମଜଭୁତ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସଭାରେ ନବୀନ ପଟ୍ଟନାୟକ କହିଥିଲେ, ଗତ ୨୪ ବର୍ଷରେ ବିଜେଡି ସରକାର ବହୁ ଭଲ କାମ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ଓଡ଼ିଶା ବହୁ ଅଗ୍ରଗତି କରିଛି। ଭୋକର ଭୂଖଣ୍ଡ ଭଳି ଅପବାଦ ପାଇଥିବା କଳାହାଣ୍ଡି ଆଜି ବିଭିନ୍ନ କୃଷି ଉତ୍ପାଦନରେ ଉତ୍କର୍ଷ ଲାଭ କରିଛି। ଯାହାର ଫଳସ୍ୱରୂପ ଓଡ଼ିଶା ଆଜି ଧାନ ଉତ୍ପାଦନରେ ଦେଶରେ ତୃତୀୟ ସ୍ଥାନରେ ପହଞ୍ଚି ପାରିଛି। ଏଥିସହ ଜନସାଧାରଣଙ୍କ ସହିତ ରହି ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସାଧାରଣ ଲୋକଙ୍କ ସ୍ୱାର୍ଥ ର ସୁରକ୍ଷା ଓ ମହିଳାଙ୍କ ସମ୍ମାନ ପାଇଁ ବିଜେଡି ଲଢେଇ ଜାରି ରଖିବ। ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    25 %
    0.7kmh
    0 %
    Tue
    21 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ