ସିଆରପିଏଫ ଛକରେ ଅଭିଯୁକ୍ତ ୨ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣା, ୫ଗିରଫ

ସିଆରପିଏଫ ଛକରେ ଅଭିଯୁକ୍ତ ୨ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣା, ୫ଗିରଫ
ସିଆରପିଏଫ ଛକରେ ଅଭିଯୁକ୍ତ ୨ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣା, ୫ଗିରଫ

ଭୁବନେଶ୍ୱର:  ଭୁବନେଶ୍ୱର ର  ସିଆରପିଏଫ ଛକରେ ହତ୍ୟା  ମାମଲାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ  ସାଗର ପୃଷ୍ଟି, ସୁଧୀର ପୃଷ୍ଟି ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ସଂପର୍କରେ ଭାଇ ।

ସେହିପରି ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଓ PCR  ଭଙ୍ଗା ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗଣମାଧ୍ୟମରେ ପ୍ରସାରିତ ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଏନେଇ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ।    ସୂଚନା ଅନୁଯାୟୀ, ଶନିବାର  ଅପରାହ୍ନ ସମୟରେ ଭୁବନେଶ୍ୱରର ସିଆରପି ଛକରେ ଦାଦା ବଟିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା । ସାଲିଆସାହିର ଜଣେ ବ୍ୟକ୍ତିଙ୍କୁ ୨ଜଣ  ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାପରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ୨ଜଣ ନିର୍ଦ୍ଦୁମ ମାଡ଼ ମାରିଥିଲେ । ଏମିତିକି ଘଟଣାସ୍ଥଳକୁ ଯାଇଥିବା ପିସିଆର୍‌ ଭ୍ୟାନ୍‌କୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।

ତେବେ ଘଟଣାର ୨୪ଘଣ୍ଟା ନପୂରୁଣୁର ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୨ ଭାଇ ସାଗର ପୃଷ୍ଟି, ସୁଧୀର ପୃଷ୍ଟିଙ୍କୁ ଗିରଫ କରିଛି । ସେପଟେ  ୨ ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣାରେ ୫ଜଣ ଗିରଫ କରିଛି ପୋଲିସ ।