ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଗିରଫ
ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ଶିଲିପୁଆରେ ଛେଚି ମାରିଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଶୁଶୁଆ ପଂଚାୟତ ଈଶ୍ୱରପୁର ଗ୍ରାମରେ ।ସୂଚନା ମୁତାବକ ଈଶ୍ୱରପୁର ଗ୍ରାମ ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ(୩୫) ଏବଂ ପତ୍ନୀ ବୀଣାପାଣି ଦାସ(୨୮)ଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ପ୍ରାୟତଃ କଳିଝଗଡା ଲାଗିଥାଏ । ଏମିତିକି ଚଳିତ ମାସ ୧୩ ତାରିଖରେ ସ୍ୱାମୀ ସ୍ତ୍ରୀଙ୍କ ମଦ୍ୟରେ ଘଟିଥିବା କଳିଗୋଳ ଅଭିଯୋଗକୁ ନେଇ ପୋଲିସ ଅରୁଣକୁ ଥାନାରେ ଅଟକ ରଖିଥିବା ବେଳେ ମଙ୍ଗଳପୁର ଥାନାରେ ଅରୁଣର ଲିଖିତ ସ୍ବୀକାରୋକ୍ତି ପରେ ପୋଲିସ ତାକୁ ଛାଡିଥିଲା ।