ସ୍ଥଳ ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ

ସ୍ଥଳ ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ
ସ୍ଥଳ ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆଜି ଭାରତୀୟ ସ୍ଥଳ ସେନା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାରେ କାର୍ଯ୍ୟରତ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେନା ଦିବସ ଅବସରରେ ରାଷ୍ଟ୍ରପତି କୋବିନ୍ଦ ଟୁଇଟ କରି ଲେଖିଛନ୍ତି, ଭାରତୀୟ ସେନାରେ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳାଙ୍କୁ ଅଭିନନ୍ଦନ ଜଣାଉଛି। ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଯବାନମାନଙ୍କୁ ଆମେ ଭୁଲିପାରିବା ନାହିଁ। ଭାରତ ସେମାନଙ୍କୁ ଓ ସେମାନଙ୍କର ପରିବାର ଲୋକଙ୍କୁ ସବୁଦିନ ମନେ ପକାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ସ୍ଥଳ ସେନା ଦିବସରେ ଯବାନମାନଙ୍କୁ ମନେ ପକାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଭାରତ ମା’ଙ୍କୁ ସୁରକ୍ଷା ଦେଉଥିବା ଦେଶର ପରାକ୍ରମୀ ସୈନିକ ଓ ସେମାନଙ୍କର ପରିବାରକୁ ସେନା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆମର ସେନା ସଶକ୍ତ, ସାହସୀ ଓ ସଂକଳ୍ପବଦ୍ଧ ହେଉ, ଯାହା ଦ୍ୱାରା ଦେଶର ଗର୍ବ ଉଚ୍ଚ ହେବ। ସମସ୍ତ ଦେଶବାସୀ ଓ ଭାରତୀୟ ସେନାକୁ ପ୍ରଣାମ ଜଣାଉଛି ବୋଲି ମୋଦୀ ଟୁଇଟ କରିଛନ୍ତି।

ସେହିପରି ସିଡିଏସ ବିପିନ ରାୱତ ଟୁଇଟରେ କହିଛନ୍ତି ଯେ, ଯେଉଁମାନେ ଦେଶସେବା ସମୟରେ ସହିଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ଠାରୁ ଆମକୁ ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି।