ସାଧାରଣତନ୍ତ୍ର ଦିବସ ପାଳନ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର, ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡ଼ିଛି ସବୁ ଉତ୍ସବ ମହୋତ୍ସବ। ଏଥିସହିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ମଧ୍ୟ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି। ସକାଳ ୮ଟା ୩୦ରେ ପତାକା ଉତ୍ତୋଳନ କରାଯିବ। ତା ପରେ ରାଷ୍ଟ୍ରୀୟ ସଂଗୀତ ଗାନ କରାଯିବ। ପରେଡରେ କେବଳ ପୁଲିସ ହିଁ ସାମିଲ ହେବେ।
ଏଥିସହିତ ପରେଡରେ ଛାତ୍ରଛାତ୍ରୀ କିମ୍ବା ଏନସିସି କ୍ୟାଡେଟ ସାମିଲ ହେବେ ନାହିଁ। ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ଜନସାଧାରଣଙ୍କୁ ମଧ୍ୟ ବାରଣ କରାଯାଇଛି। କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ହିଁ ଆମନ୍ତ୍ରଣ କରାଯାଇଛି। ସେହିପରି ଉକ୍ତ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
Comments (0)