ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ

ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ
ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ

ଶୋଇଥିବା ସମୟରେ ସାନ ଭଉଣୀକୁ ଟାଙ୍ଗିଆ ରେ ହାଣି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି। ମୃତକ ବଡ ଭଉଣୀ କ୍ଷୀରମଣି ଦେହୁରୀ ଓ ସାନ ଭଉଣୀ ରୁକ୍ମଣୀ ଦେହୁରୀ।  କେନ୍ଦୁଝର ବାଂଶପାଳ ବ୍ଲକ ନୟାକୋଟ ଫୁଲଝର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ନୟାକୋଟ ଥାନା ଫୁଲଝର ଗାଁର ଭିକାରୀ ଦେହୁରୀ ଏବଂ ତାଙ୍କ ସ୍ତ୍ରୀଙ୍କ  ଦିନ ବେଳା ବିଲ କାମ କରିବାକୁ  ଯାଇଥିଲେ । ଘରେ ଦୁଇ ଝିଅ ଥିଲେ। ତେବେ ଦେହ ଅସୁସ୍ଥ ଥିବାରୁ ସାନ ଭଉଣୀ ରୁକ୍ମଣୀ ଘରେ ଶୋଇଥିଲେ। ଏହି ସମୟରେ ବଡ଼ ଭଉଣୀ କ୍ଷୀରମଣୀ ଦେହୁରୀ ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ  ଘରର ଭିତର ପଟୁ କବାଟ ଦେଇ ଫ୍ୟାନ ଫାଶି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକେ ବିଲରୁ ଆସିବା ପରେ କବାଟ ବନ୍ଦ ଥିବା ଦେଖିଥିଲେ । ବହୁ ସମୟ କବାଟ ବାଡେଇବା ପରେ ଖୋଲି କୌଣସି ଉତ୍ତର ମିଳିନଥିଲା । ଝରକା ପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନ ଭଉଣୀର ମୃତଦେହ ଓ ବଡ଼ ଭଉଣୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ପରେ କବାଟ ଭାଙ୍ଗି ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ  ପୋଲିସ ପହଞ୍ଚି ନଥିବା ଜଣାପଡ଼ିଛି।