ସୋପିଆନରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିପାତ

ସୋପିଆନରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିପାତ
ସୋପିଆନରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିପାତ

ଆଜି ଜାମ୍ମୁ-କାଶ୍ମୀର ସୋପିଆନର ରାୱଲପୋରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ଆରମ୍ଭ ହେବା ପରେ ଉକ୍ତ ଅଞ୍ଚଳର ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି। ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହା ପୂର୍ବରୁ ଶନିବାର ରାୱଲପୋର ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ରାତି ଯୋଗୁଁ ଏନକାଉଣ୍ଟରକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗତ ୧୧ ତାରିଖରେ ଅନନ୍ତନାଗ ଜିଲ୍ଲାରେ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।