ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ
ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟ ର ରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏନକାଉଣ୍ଟର ସେହି   ସମୟରେ ହୋଇଛି ଯେତେବେଳେ ଅନେକ ୟୁରୋପୀୟ ସଙ୍ଗଠନ ଓ ଇସଲାମିକ ସହଯୋଗ ସଙ୍ଗଠନର କିଛି ସଦସ୍ୟ ଜମ୍ମୁ-କାଶ୍ମୀର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଅବନ୍ତିପୁରାରର ତ୍ରାଲରେ ଏହି ଏନକାଉଣ୍ଟର ହୋଇଥିଲା ।ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ପୁଲଓ୍ୱାମାର ଲଲିହାରରେ ମଧ୍ୟ ଆଉ ଏକ ଏନକାଉଣ୍ଟର ହୋଇଥିଲା । ଜମ୍ମୁ-କାଶ୍ମୀର ସୁରକ୍ଷାବଳ ପକ୍ଷରୁ ଏହି ଅପରେସନ ହୋଇଥିଲା । ଯେଉଁଥିରେ ୨ ଜଣ ଆତଙ୍କବାଦୀ ଏକେ-୪୭ ରାଇଫଲ ସହ ଆତ୍ମସମର୍ପଣ କରିଥିଲେ ।

ଏତତ୍ ବ୍ୟତୀତ ପୁଲଓ୍ୱାମାର ରିହାୟସୀ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରି କମ୍ବିଂ ଅପରେସନ କରୁଥିଲେ ।