ସାବାସ୍‌ ବଲାଙ୍ଗିର ଟ୍ରାଫିକ୍‌ ପୁଲିସ

ସାବାସ୍‌ ବଲାଙ୍ଗିର ଟ୍ରାଫିକ୍‌ ପୁଲିସ
ସାବାସ୍‌ ବଲାଙ୍ଗିର ଟ୍ରାଫିକ୍‌ ପୁଲିସ

ଆଜି ସକାଳ ପାଖାପାଖି ୯ଟା ସମୟରେ ବଲାଙ୍ଗିର ଟ୍ରାଫିକ୍‌ ପୁଲିସର ଏକ ପ୍ରଶଂସନୀୟ ପଦକ୍ଷେପ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସମ୍ବଲପୁର ରୋଡ଼ ପଟୁ ବାଇକରେ ଜଣେ ବ୍ୟକ୍ତି ନିଜର ପତ୍ନୀ ଏବଂ ଦୁଇ ସନ୍ତାନଙ୍କୁ ନେଇ ଆସୁଥିଲେ। ଏହି ସମୟରେ ସ୍ଥାନୀୟ ପାଟଣା ଛକ ସ୍ଥିତ ଟ୍ରାଫିକ୍‌ ପୋଷ୍ଟ ସମ୍ମୁଖରେ ଅନ୍ୟ ଏକ ବାଇକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ଘଟି ୩ ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲା।

ମୁହଁର ଡାହାଣ ପଟ ଆଖିରେ କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏତିକି ବେଳେ ସେଠାରେ କାର୍ଯ୍ୟରତ ୪ ଜଣ ଟ୍ରାଫିକ୍‌ ପୁଲିସ ଦୌଡ଼ି ଆସି ସମସ୍ତଙ୍କୁ ଉଠାଇବା ସହ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଗୁରୁତର ଶିଶୁ କନ୍ୟାକୁ ନିଜ ବାଇକରେ ମେଡ଼ିକାଲକୁ ନେଇଥିଲେ। ଟ୍ରାଫିକ୍‌ ପୁଲିସର ଏତାଦୃଶ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଅବସରପ୍ରାପ୍ତ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଓ ଉପସ୍ଥିତ ଲୋକେ ବେଶ୍‌ ପ୍ରଶଂସା କରିଥିଲେ।