ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ନିବେଦନ କଲେ କେଜ୍ରିୱାଲ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ନିବେଦନ କଲେ କେଜ୍ରିୱାଲ
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ନିବେଦନ କଲେ କେଜ୍ରିୱାଲ

ଦିଲ୍ଲୀର ମେଡିକାଲ ମାନଙ୍କରେ ଦେଖଯାଇଥିବା ଅକ୍ସିଜେନ ଅଭାବକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଭଳି ଆସନ୍ନ ବିପତ୍ତି ସମୟରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଶ୍ରୀ କେଜ୍ରିୱାଲ ଚିଠି ଲେଖି ଦିଲ୍ଲୀକୁ ଅକ୍ସିଜେନ ଦେବାକୁ ନିବେଦନ କରିଛନ୍ତି।

ଅକ୍ସିଜେନ ଅଭାବରୁ ଦିଲ୍ଲୀର କେତେକ ମେଡ଼ିକାଲ ୫୦ ପ୍ରତିଶତ ବେଡ଼ ହ୍ରାସ କରିଦେଇଛନ୍ତି। ଫଳରେ ଦିଲ୍ଲୀର ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡିଛି। ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ ଅଛି ତାହାକୁ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ। ତାଙ୍କ ପତ୍ରରେ ସେ କହିଛନ୍ତି ଦିଲ୍ଲୀରେ କୌଣସି ଅକ୍ସିଜେନ ଉତ୍ପାଦନ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସାହାଯ୍ୟ ମଧ୍ୟ ଅଭାବ ପଡୁଛି। ଏହିଭଳି ବିଷମ ପରିସ୍ଥିତିରେ କୌଣସି ପ୍ରକାରେ ଦିଲ୍ଲୀକୁ ସାହାଯ୍ୟ କରିବାକୁ ସେ କହିଛନ୍ତି।