ସମୁଦ୍ର ଭିତରେ ଖସିପଡ଼ିଲା ବିମାନ, ୬୨ ମୃତ ଆଶଙ୍କା

ସମୁଦ୍ର ଭିତରେ ଖସିପଡ଼ିଲା ବିମାନ, ୬୨ ମୃତ ଆଶଙ୍କା
ସମୁଦ୍ର ଭିତରେ ଖସିପଡ଼ିଲା ବିମାନ, ୬୨ ମୃତ ଆଶଙ୍କା

ନୂଆଦିଲ୍ଲୀ,ଇଣ୍ଡୋନେସିଆରେ ଶନିବାର ନିଖୋଜ ହୋଇଯାଇଥିବା ବିମାନଟି ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ଖସି ପଡ଼ିଥିବା ସୂଚନା ମିଳିଛି। ବିମାନରେ ୫୬ ଯାତ୍ରୀ ଓ ୬ କ୍ରୁ ମେମ୍ବର ଥିଲେ। ଦୁର୍ଘଟଣା ଫଳରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ଶନିବାର ଜାକାର୍ତ୍ତାର ସୋଏକାର୍ନୋ-ହଟ୍ଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ୫୬ ଯାତ୍ରୀଙ୍କୁ ନେଇ ପୋଣ୍ଟିୟାନକ ଯାଉଥିବା ଏସଜେ ୧୮୨ ବୋଇଂ ୭୩୭-୫୦୦ ବିମାନ ନିଖୋଜ ହୋଇଯାଇଥିଲା।

ଉଡ଼ାଣର ୪ ମିନିଟ୍ ଭିତରେ ବିମାନଟି ୧୦ ହଜାର ଫୁଟରୁ ଅଧିକ ଉଚ୍ଚତାକୁ ଯିବା ପରେ ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ରାଡାର ସୀମା ବାହାରକୁ ଚାଲିଯାଇଥିଲା। ଏହା ପରେ ବିମାନ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନ ଥିଲା। ବିମାନର ଲୋକେସନ ନିଶ୍ଚିତ କରିବା ଲାଗି ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଜାକାର୍ତ୍ତାଠାରୁ ଅଳ୍ପ ଦୂରରେ ସମୁଦ୍ର ଭିତରେ ବିମାନ କ୍ରାଶ୍ ହୋଇଥିବା ଜଣାପଡ଼ିଥିଲା।