Wednesday, February 18, 2026
23.8 C
Odisha

    ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

    ଆଗକୁ ପଢନ୍ତୁ

    ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହିଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ନାକଟୀଦେଉଳ ଥାନା ସାହେବୀ ଅଞ୍ଚଳରୁ। ଅଭିଯୋଗ କ୍ରମେ ପୋଲିସ ସାହେବୀ ଗାଁର ହରି ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନାଳରେ ଶୌଚ ସମୟରେ ସମ୍ପୃକ୍ତା ଯୁବତୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ତାଙ୍କୁ ଚାପୁଡା ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଲୁଚାଇବା ପାଇଁ ପାଖରେ ଥିବା ବୁଦାରେ ମୃତଦେହ ଲୁଚାଇ ଦେଇଥିଲି। ରାତିରେ ନାଳ ସମୀପ କାଉଁଶୀଖୁଜ ଜଙ୍ଗଲକୁ ମୃତଦେହ ନେଇ ଫିଙ୍ଗି ଦେଇଥିବା ଅଭିଯୁକ୍ତ ପଚରାଉଚରା ବେଳେ ସ୍ବୀକାର କରିଥିବା ସମ୍ବଲପୁର ଅତିରିକ୍ତ ଏସ୍‌ପି ଆଲବିନୁସ କେରକେଟା କହିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳାତ୍କାର ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ସେ କହିଛନ୍ତି। ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଘର ନିକଟ ସୁଆଗିଝରଣ ନାଳକୁ ସମ୍ପୃକ୍ତା ୧୯ବର୍ଷୀୟା ଯୁବତୀ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ଗାଧୁଆ ତୁଠରେ ତାଙ୍କ ଚପଲ, ଡ୍ରେସ ଏବଂ ମୋବାଇଲ ପଡିଥିବା ବେଳେ ସେଠାରେ ତାଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ଆଖପାଖ ସ୍ଥାନରେ ବହୁ ସମୟ ଧରି ଖୋଜାଖୋଜି କରି ଝିଅକୁ ନ ପାଇ ନାକଟୀଦେଉଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ସାହେବୀ ଗ୍ରାମର ହରି ବେହେରାଙ୍କ ଏଥିରେ ହାତ ଅଛି ବୋଲି ସେମାନେ ସନ୍ଦେହ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    30 %
    0.6kmh
    0 %
    Wed
    26 °
    Thu
    34 °
    Fri
    35 °
    Sat
    36 °
    Sun
    36 °

    ସମ୍ବନ୍ଧିତ