ସାରଦା ଚିଟଫଣ୍ଡ ଦୁର୍ନୀତି : ମୁମ୍ବାଇର ୬ଟି ସ୍ଥାନରେ ସିବିଆଇର ଚଢ଼ଉ

ସାରଦା ଚିଟଫଣ୍ଡ ଦୁର୍ନୀତି : ମୁମ୍ବାଇର ୬ଟି ସ୍ଥାନରେ ସିବିଆଇର ଚଢ଼ଉ
ସାରଦା ଚିଟଫଣ୍ଡ ଦୁର୍ନୀତି : ମୁମ୍ବାଇର ୬ଟି ସ୍ଥାନରେ ସିବିଆଇର ଚଢ଼ଉ

ସାରଦା ଚିଟଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ପକ୍ଷରୁ ସୋମବାର ମୁମ୍ବାଇରେ ‘ସେବି’ର ତିନିଜଣ ବରିଷ୍ଠ ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ତିନିଜଣ ଅଧିକାରୀ ୨୦୦୯-୧୩ ମଧ୍ୟରେ କୋଲକାତା ଅଫିସରେ ନିଯୁକ୍ତି ପାଇଥିଲାବେଳେ ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା। ସେଥିପାଇଁ ସେମାନଙ୍କ ଉପରେ ସିବିଆଇର ନଜର ଥିଲା। ସାରଦା ଗ୍ରୁପ ଅଫ୍ ଫାଇନାନ୍ସିଆଲ ସ୍କାଣ୍ଡାଲ ବା ସାରଦା ସ୍କାମ୍ ଭାବେ ଚର୍ଚ୍ଚିତ ଏହି ଆର୍ଥିକ ଦୁର୍ନୀତିର ୨୦୧୩ରେ ପର୍ଦ୍ଦାଫାସ ହୋଇଥିଲା। ଏଥିରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଥିଲା। ସିବିଆଇ ମାମଲା ରୁଜୁ କରିବା ପରେ ଏହାର ଏତଲାକୁ ଭିତ୍ତିକରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିଲାବେଳେ ସାରଦା ଚିଟଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ପକ୍ଷରୁ ଏଭଳି ଚଢ଼ଉ କରାଯାଇଛି।