ସୋରରୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର : ୩୬ଘଣ୍ଟା ପରେ ସୁନା ବ୍ୟବସାୟୀ ଠାବ

ସୋରରୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର : ୩୬ଘଣ୍ଟା ପରେ ସୁନା ବ୍ୟବସାୟୀ ଠାବ
ସୋରରୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର : ୩୬ଘଣ୍ଟା ପରେ ସୁନା ବ୍ୟବସାୟୀ ଠାବ

ସୋର:  ସୁନା ବ୍ୟବସାୟୀଙ୍କୁ ଅପହରଣ ର ୩୬ଘଣ୍ଟା ପରେ ଉଦ୍ଧାର ହେଲେ ଭୁବନେଶ୍ବରରୁ । ସୋର ପୋଲିସର ତନାଘନା ପରେ ଭୟଭୀତ ହୋଇ ଅପହର୍ତ୍ତାମାନେ ଛାଡିଲେ ସୁନା ବ୍ୟବସାୟୀଙ୍କୁ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ଅଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋରରୁ କୁପାରି ରାସ୍ତା ବେଲଦା ଛକରେ ଶୁଭମ୍ ଜୁଏଲାରୀ ନାମକ ଏକ ଗହଣା ଦୋକାନ କରିଥିଲେ । ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ବାହାନାରେ ଶୁଭମ୍ ଜୁଏଲାରୀର ମାଲିକ ପ୍ରହଲ୍ଲାଦଙ୍କୁ ଡକାଇଥିଲେ ।  ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ୍ ଯୋଗେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପ୍ରହଲ୍ଲାଦଙ୍କ ପରିବାର ଲୋକ ପ୍ରହଲ୍ଲାଦଙ୍କୁ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପ୍ରହଲ୍ଲାଦଙ୍କ ଖୋଜ ଖବର କିଛି ନମିଳିବାରୁ ସୋର ଥାନାରେ ଅଭିଯୋଗ କରିଥିଲେ ।

ପ୍ରହଲ୍ଲାଦଙ୍କ ସୂଚନା ଅନୁସାରେ ସୁନା ଗହଣା ନେବା ପାଇଁ ଦାଣ୍ଡହରିପୁରରୁ ଫୋନରେ ଡାକି ୫ ଯୁବକ ସିଙ୍ଗାଖୁଣ୍ଟାରେ ଜଣଙ୍କ ଘରେ ଗହଣା ଛଡାଇ ନେଇଥିଲେ । ସେଠାରେ ମାଡ ମାରି ଛୁରୀ ଦେଖାଇ ଭୟଭୀତ କରି ଜାମୁଝଡିରେ ବାଇକ୍ ରଖି ବସରେ ଭୁବନେଶ୍ବର ନେଇଯାଇଥିଲେ । ଫୋନରେ ଘର ଲୋକଙ୍କୁ ଟଙ୍କା ଦେବାକୁ ଧମକ ଦେଉଥିଲେ । ବସରେ ମୁହଁରେ ନିଶା ସ୍ପ୍ରେ କରି ବାଣୀବିହାରରୁ ଅଟୋ ଯୋଗେ ମାଷ୍ଟରକ୍ୟାଣ୍ଟିନ ନେଉଥିବା ବେଳେ ଚେତା ଆସିବାରୁ ପ୍ରହଲ୍ଲାଦ ଷ୍ଟେସନକୁ ଖସି ଯାଇଥିଲା । ସୋର ପୋଲିସ ଅଭିଯୋଗ ପାଇ ଘଟଣାର ତନାଘନା ଚଳାଇବା ଦେଖି ପ୍ରହଲ୍ଲାଦକୁ ଅପରାଧୀମାନେ ଭୁବନେଶ୍ବର ଛାଡି ଫେରାର ହୋଇଯାଇଥିଲେ । ଖବର ପାଇ ପରିବାର ଲୋକ ରାତି ୧ଟା ୩୦ ମିନିଟରେ ପ୍ରହଲ୍ଲାଦକୁ ଭୁବନେଶ୍ବରରୁ ସୋର ଥାନାକୁ ଆଣିଥିବା ବେଳେ ନୀଳଗିରି ଓ ବାଲେଶ୍ବର ଅଞ୍ଚଳର ୪ ଅପରାଧୀ ସମ୍ପୃକ୍ତ ଥିବା ସୂଚନା ମିଳିଛି ।