ସାଲେପୁରରେ ପୁଣି ଲଜ୍ଜା : ନାବାଳିକାଙ୍କ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ

ସାଲେପୁରରେ ପୁଣି ଲଜ୍ଜା : ନାବାଳିକାଙ୍କ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
ସାଲେପୁରରେ ପୁଣି ଲଜ୍ଜା : ନାବାଳିକାଙ୍କ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ

ସାଲେପୁରରେ ପୁଣି  ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପରିବାର ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି ।  କଟକ ଜିଲ୍ଲା ସାଲେପୁର ଥାନା ବଣହରା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ବଣହରା ଅଞ୍ଚଳର ୧୩ ବର୍ଷର ନାବାଳିକାଙ୍କୁ ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ । ପୀଡିତାର ମା’ ସାଲେପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ସାଲେପୁର ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖିଛି । ତେବେ ଘଟଣା ସଂପର୍କରେ ପୋଲସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଲିଖିତ ଅଭିଯୋଗକୁ ଭିତ୍ତି କରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।