ସାଲେପୁରରେ ବୁଲୁଛି ଚିତାବାଘ : ଲୋକେ ଆତଙ୍କିତ

ସାଲେପୁରରେ ବୁଲୁଛି ଚିତାବାଘ :  ଲୋକେ ଆତଙ୍କିତ
ସାଲେପୁରରେ ବୁଲୁଛି ଚିତାବାଘ :  ଲୋକେ ଆତଙ୍କିତ

ସାଲେପୁର ବ୍ଲକ କଟକ ଚାନ୍ଦବାଲି ରାସ୍ତା ନାନ୍ଦୋଳରେ ଚିତା ବାଘ । ନାନ୍ଦୋଳ ଗଡା ନିକଟରେ ଆଜି ମଧ୍ୟାହ୍ନ ସମୟରେ ବଣ ବୁଦାମୁଳେ ଚିତା ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ବାଘଟି ଏଣେତେଣେ ବୁଲୁଥିବା ବେଳେ ଲୋକ ମାନେ ତା ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି । ବର୍ତମାନ ସୁଦ୍ଧା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସେପଟେ ସାଲେପୁର ଅଞ୍ଚଳରେ ଚିତା ବାଘ ଦେଖା ଦେବା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।