ସେଲ୍ଫି ହେଲା କାଳ, ଜଳପ୍ରପାତରେ ବୁଡିଗଲେ ଯୁବକ

ସେଲ୍ଫି ହେଲା କାଳ, ଜଳପ୍ରପାତରେ ବୁଡିଗଲେ ଯୁବକ
ସେଲ୍ଫି ହେଲା କାଳ, ଜଳପ୍ରପାତରେ ବୁଡିଗଲେ ଯୁବକ

ଫୁଲବାଣୀ, ବଣଭୋଜି କରିବାକୁ ଯାଇ ସେଲ୍ଫି ନେଉଥିବାବେଳେ ଜଳପ୍ରପାତରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଦାଳ ସାହିର ସନାତନ ନାୟକଙ୍କ ପରିବାର ଓ ଅନ୍ୟ ସମ୍ପର୍କୀୟମାନେ ନୂଆବର୍ଷ ଅବସରରେ ବଣଭୋଜି କରିବାକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁମ୍ଭୀଛର ଜଳ ପ୍ରପାତକୁ ଭୋଜି କରିବାକୁ ଯାଇଥିବା ବେଳେ ଆଜି ସେଠାରେ ଘଟିଛି ଏହି ଦୁଃଖଦ ଘଟଣା। ଉକ୍ତ ଜଳପ୍ରପାତରେ ଭାସିଯାଇ ଜୀବନ ହରିଛନ୍ତି ସନାତନଙ୍କ ପୁଅ ଜ୍ୟୋତିସମାନ ନାୟକ (୧୬)। ସୂଚନାଯୋଗ୍ୟ, ଜ୍ୟୋତି ସେଲ୍ଫି ନେବାବେଳେ ପାଣିରେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଅଡ଼େନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ।  ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ଟିକାବାଲି କଲେଜର ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ର। ତାଙ୍କ ବାପା ଟିକାବାଲି ଅଞ୍ଚଳର ଜଣେ ବ୍ୟବସାୟୀ। ପରିବାରର ସେ ଏକ ମାତ୍ର ପୁଅ ଅଟନ୍ତି।