ସିଲ ହେଲା ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ୭ ଜଣ କର୍ମଚାରୀ ପଜିଟିଭ

ସିଲ ହେଲା ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ୭ ଜଣ କର୍ମଚାରୀ ପଜିଟିଭ
ସିଲ ହେଲା ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ୭ ଜଣ କର୍ମଚାରୀ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ପୁଣି ଅଣାୟତ ହେଉଛି କରୋନା ଭାଇରସ। ଭୁବନେଶ୍ୱର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟର ୭ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରାଯାଇଛି। ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।

୨ ଦିନ ପାଇଁ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରିଛି ବିଏମସି। ସୂଚନା ଅନୁସାରେ ଆସନ୍ତା ୬ ତାରିଖରୁ ସମସ୍ତ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ହେବ। ରାଜଧାନୀ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ରହିଥିବା ଜଣାପଡିଛି। ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଥିଲେ।