Saturday, January 24, 2026
15.1 C
Odisha

    ସାଢ଼େ ୩ କୋଟି ଲୋକ ପାଇବେ ଆୟୁଷ୍ମାନ କାର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

    ସୂଚନା ଅନୁସାରେ, ବର୍ତ୍ତମାନ କିଛି ସମୟ ପୂର୍ବରୁ ଦିଲ୍ଲୀ ବିଜ୍ଞାନ ଭବନନରେ କେନ୍ଦ୍ର ଏବଂ ରାଜ୍ୟ ଏହି ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଛି ।ତେବେ ଓଡିଶାରେ ଆୟୁଷ୍ମାନ ପାଇଁ ଏମଓୟୁ ସ୍ବାକ୍ଷରିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ସାଢେ 3ଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ମନ୍ତ୍ରୀଙ୍କ କହିବା ଅନୁସାରେ, ବିରୋଧୀଦଳରେ ଥିବା ବେଳେ ଏହା ଲାଗୁ କରିବା ପାଇଁ ଦାବି କରିଥିଲୁ ।ସରକାରକୁ ଆସିବା ପରେ ଆମେ ପ୍ରତିଶୃତି ପାଳନ କରିଛୁ । ଏହା ଦ୍ବାରା 1.3 କୋଟି ପରିବାରରେ ସାଢେ 3 କୋଟି ଲୋକ ଉପକୃତ ହେବେ । ଗୋପବନ୍ଧୁ ଜନଆରୋଗ୍ୟ ସହିତ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ ।ସାରା ଦେଶରେ ଯିଏ ଯେଉଁଠାରେ ରହିଥିଲେ ମଧ୍ୟ ଏହାର ସୁଯୋଗ ପାଇବେ । ଦେଶର 30 ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    78 %
    1.7kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ