Saturday, April 19, 2025
27.6 C
Odisha

    ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ UPDATE : ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଘୋଷଣା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅପଡେଟ ଦେଇଛନ୍ତି ଯେ ଏଯାବତ୍ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପଟ୍ ଆଉଟ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ସୁଭଦ୍ରାରେ ମିଶିଛନ୍ତି । ସମୁଦାୟ ୩୧ ହଜାର ଅପଟ ଆଉଟ୍ ହୋଇଥିଲେ । ବର୍ତ୍ତମାନ ୧୭ ହଜାର ପୁନଃ ସାମଲ ହୋଇଛନ୍ତି । ବାକି ୧୪ ହଜାର ମହିଳା ଅପଟ୍ ଇନ୍ କରିନପାରନ୍ତି ବୋଲି ସେ କହିଛନ୍ତି । ସେମାନେ ଆୟକର ବର୍ଗର ହୋଇଥାଇପାରନ୍ତି ।
    ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ମହିଳା କେଓ୍ବାଇସି ଅପଡେଟ୍ କରିନାହାନ୍ତି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେଓ୍ବାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.6 ° C
    27.6 °
    27.6 °
    56 %
    2.2kmh
    11 %
    Fri
    28 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ