ରାଜ୍ୟ ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ By Hemant July 17, 2024 12 0 ଆଗକୁ ପଢନ୍ତୁ ସକାଳୁ ଝାଡ଼ୁ କରିବା ସମୟ ରେ ନିହାତି କୁହନ୍ତୁ ଏହି କଥା , ଦୂର ହେବ ସମସ୍ତ ସମସ୍ୟା ମୁଖ ଭିତରେ କୀଟପତଙ୍ଗ ପ୍ରବେଶ କରିଗଲେ ଆପଣାନ୍ତୁ ଏଭଳି ସାବଧାନତା; ନଚେତ ଚାଲିଯାଇପାରେ ଜୀବନ ନିରଞ୍ଜନ ରଥଙ୍କ ପରଲୋକ ପୁଣି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଚେନ୍ନାଇ ଫେରିଲା ମଦୁରାଇ ଯାଉଥିବା ଇଣ୍ଡିଗୋ ବିମାନ Hemant ଭୁବନେଶ୍ୱର, ୧୭/୦୭ : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ ପ୍ରତି ଏହି ଶିକ୍ଷାନୁଷ୍ଠାନର ବିଶାଳ ଅବଦାନ ରହିଛି ବୋଲି କହିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଦୁରଦର୍ଶୀ ନେତୃତ୍ୱ ଯୋଗୁ ସୋଆ ଉଚ୍ଚ ଶିଖରକୁ ପହଂଚିପାରିବା ସହ ଶିକ୍ଷା କ୍ଷେତ୍ରକୁ ଉଚ୍ଚସ୍ତରକୁ ନେଇପାରିଛି । ପ୍ରଫେସର କର୍ମାଲକରଙ୍କ ସହିତ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ବିଭୂତି ଭୂଷଣ ବିଶ୍ୱାଳ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ସୋଆକୁ ଶୁଭେଚ୍ଛା ଜଣାଇ ଅତିଥି ମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ ହିଁ ଏହି ଶିକ୍ଷାନୁଷ୍ଠାନ ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚକୁ ପହଂଚି ପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର କର୍ମାଲକର କହିଥିଲେ ଯେ ସୋଆ ନିରନ୍ତର ଭାବେ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ସହ ନିଜ ନାମର ପ୍ରତିପାଦନ କରିପାରିଛି ଯାହାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ଓ ଗବେଷଣା । ସେ କହିଥିଲେ ଯେ ଶିକ୍ଷାର ଅର୍ଥ ନୁହେଁ କେବଳ ବିବିଧ ବିଷୟକୁ ନେଇ ଜ୍ଞାନ ଆହରଣ କରିବା ବରଂ ଏହାର ଅର୍ଥ ହେଉଛି ଏକ ବିଷୟକୁ ବିଭିନ୍ନ ଢ଼ଙ୍ଗରେ ଶିକ୍ଷା କରିବା। ଶିକ୍ଷକଙ୍କର ଲକ୍ଷ୍ୟ କେବଳ ପାଠ୍ୟକ୍ରମକୁ ଶେଷ କରିବା ନୁହେଁ ବରଂ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀ କିଭଳି ଜ୍ଞାନ ଆହରଣ କରିପାରିବେ ସେ ନେଇ ଶିକ୍ଷା ପ୍ରଦାନ କରିବା । ପ୍ରଫେସର କର୍ମାଲକର କହିଥିଲେ ଯେ ଏକ ଜିଜ୍ଞାସୁ ମଣିଷ ଠାରୁ ହିଁ ଗବେଷଣାର ଉତ୍ସ ଆରମ୍ଭ ହୋଇଥାଏ ଏବଂ ସମସ୍ୟାକୁ ସମାଧାନ କରିବାରେ ଉତ୍ସୁକତା ରହିବା ଗବେଷକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟ୍ରିକ୍ ବଲବ୍ର ଉଦ୍ଭାବକ ଥୋମାସ ଆଲଭା ଏଡିସନ ବାରମ୍ବାର ବିଫଳ ହେବା ପରେ ସଫଳ ହୋଇଥିବା ବେଳେ ନାସା ପକ୍ଷରୁ ମହାକାଶକୁ ୨୮ ଥର ରକେଟ୍ ପଠେଇବାର ପ୍ରଚେଷ୍ଟା କରାଯାଇଥିବା ବେଳେ ୨୦ ଥର ବିଫଳତାର ସମ୍ମୁଖୀନ ହୋଇଥିଲା । ଗବେଷକ ନିଜର ପ୍ରଚେଷ୍ଟା ଜାରି ରଖିବା ଉଚିତ୍ । ଏହାର ଅର୍ଥ ହେଉଛି ଅଦମନୀୟ ଇଚ୍ଛା ଶକ୍ତି ଏବଂ ନିଜ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାର ମନୋଭାବ ରହିବା ଆବଶ୍ୟକ। ଶ୍ରୀ ସିଂ କହିଥିଲେ ଯେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲ୍ଖୁଂଟ ସୃଷ୍ଟି କରିଛି ଏବଂ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ପ୍ରଫେସର ନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଇଛଶକ୍ତି ଯୋଗୁ ଏହି ସଫଳତା ହାସଲ ହୋଇପାରିଛି। ତେଣୁ ସୋଆର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି ସଫଳତାକୁ ଆହୁରି ଉଚ୍ଚକୁ ନିଅନ୍ତୁ ବୋଲି ସେ କହିଥିଲେ । ପ୍ରଫେସର ବିଶ୍ୱାଳ ମଧ୍ୟ ପ୍ରଫେସର ନାୟକଙ୍କୁ ପ୍ରଶଂସାକରି କହିଥିଲେ ଯେ ତାଙ୍କ ଚିନ୍ତାଶକ୍ତି ଖୁବ୍ ଭିନ୍ନ । ସେ ଜଣେ ବିଚକ୍ଷଣ ଛାତ୍ର ଏବଂ ଶିକ୍ଷକ ଥିଲେ । ଆଜି ସେ ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ବୋଲି ସେ କହିଥିଲେ । ସୋଆକୁ ନାକ୍ ପକ୍ଷରୁ ସର୍ବାଧିକ ଗ୍ରେଡ୍ରେ ପୁନଃ ସ୍ୱୀକୃତି ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟ ସମାଜର ହିତ ଦିଗରେ ଉତମ କାର୍ଯ୍ୟକୁ ବଜାୟ ରଖିଛି। ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ସାରା ବିଶ୍ୱରେ କାର୍ଯ୍ୟରତ ବୋଲି ସେ କହିଛନ୍ତି। କୋଭିଡ୍ ମହାମାରୀ ସମୟରେ ସୋଆର ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରି ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଏହି ମହାମାରୀ ସହିତ ଯୁଦ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ତାର ସମସ୍ତ ସହଯୋଗର ହାତ ବଢ଼ାଇଥିବା ଯୋଗୁଁ ରାଜ୍ୟବାସୀ ଆସ୍ୱସ୍ତିି ପାଇପାରିଥିଲେ । ପ୍ରଫେସର ରଥ ସୋଆକୁ ଏକ ସମ୍ପୂର୍ଣ୍ଣ ପୁସ୍ତକ ବୋଲି ଅଭିହିତ କରି ଏହାର ଅନେକ ପୃଷ୍ଠା ଲେଖିବା ବାକି ଅଛି ବୋଲି କହିଥିଲେ । ପ୍ରଫେସର ନାୟକଙ୍କର ଦୂରଦର୍ଶୀ ନେତୃତ୍ୱ ଏବଂ ସକରାତ୍ମକ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ଖୁବ୍ ଉଚ୍ଚକୁ ଯାଇପାରିଛି ବୋଲି ସେ କହିଥିଲେ। ଜଣେ ବ୍ୟକ୍ତି ନିଜର କର୍ତବ୍ୟକୁ ବିନା ଦ୍ୱିଧାରେ ଓ ସଚ୍ଚୋଟତାର ସହ କରିପାରିଲେ ସଫଳତା ମିଳିପାରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । Continue Reading ରାଜ୍ୟ Tagsstate Share FacebookTwitterPinterestWhatsApp Previous articleପରପାରିରେ କାମଲିନର ପ୍ରତିଷ୍ଠାତା: ଗଢ଼ିଛନ୍ତି ଅନେକଙ୍କ ଭବିଷ୍ୟତNext articleଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ ଅନ୍ୟାନ୍ୟ ଖବର SSC CGL Vacancy ୨୦୨୫,ଶୀଘ୍ର କରନ୍ତୁ ଆବେଦନ ଡିଆରଡିଓ-ଆରଏସି ୨୦୨୫, ସାଇଣ୍ଟିଷ୍ଟ ‘ବି’ ପଦବୀରେ ୧୫୬ ଭର୍ତ୍ତି, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ କାର୍-ଟ୍ରକ୍ ମୁଁହମୁହିଁ ଧକ୍କା, ୯ ମୃତ ପୁଣି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଚେନ୍ନାଇ ଫେରିଲା ମଦୁରାଇ ଯାଉଥିବା ଇଣ୍ଡିଗୋ ବିମାନ ପାଣିପାଗ Odisha overcast clouds enter location 24.6 ° C 24.6 ° 24.6 ° 88 % 1.3kmh 100 % Fri 25 ° Sat 31 ° Sun 33 ° Mon 33 ° Tue 32 ° ସମ୍ବନ୍ଧିତ SSC CGL Vacancy ୨୦୨୫,ଶୀଘ୍ର କରନ୍ତୁ ଆବେଦନ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ କାର୍-ଟ୍ରକ୍ ମୁଁହମୁହିଁ ଧକ୍କା, ୯ ମୃତ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ