Monday, March 24, 2025
21.6 C
Odisha

    ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

    ଆଗକୁ ପଢନ୍ତୁ

    ବରବଡ଼: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଳି ଗ୍ରାମର ନାରାୟଣ ଦେବତା । ସ୍କ୍ରବ ଟାଇଫସ ରୋଗରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡଙ୍ଗୀଙ୍କ ମତାମତ ମିଳିପାରି ନାହିଁ। ମୃତଚାଷୀ କିଛି ଦିନ ହେଲା ଜ୍ୱରରେ ପୀଡିତ ଥିଲେ । ବୁକ୍ରାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ତାଙ୍କ ଚିକିତ୍ସା କରାଯାଇଥିଲା। ପରେ ଜ୍ୱର ନ ଛାଡିବାରୁ ପଦ୍ମପୁରଜ୍‌ ଉପଖଣ୍ଡ ଏବଂ ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିଲା । ସେଠାରୁ ପୁଣି ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    81 %
    1.4kmh
    0 %
    Mon
    35 °
    Tue
    36 °
    Wed
    38 °
    Thu
    40 °
    Fri
    41 °

    ସମ୍ବନ୍ଧିତ