Saturday, May 17, 2025
25.1 C
Odisha

    ସ୍ତ୍ରୀକୁ ମାରିବାକୁ ଆସି ଚାଲିଗଲା ସ୍ବାମୀର ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଜଟଣୀ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଚାଲିଗଲା ସ୍ବାମୀର ଜୀବନ । ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ କରିଥିଲା । ହେଲେ ଶ୍ୱଶୁର ଘର ଲୋକଙ୍କ ପାଲଟା ଆକ୍ରମଣ କରିଥିଲା । ଫଳରେ ଆକ୍ରମରେ ଜ୍ବାଇଁର ମୃତ୍ୟୁ ହୋଇଛି । ମୃତ ସ୍ବାମୀ ହେଲେ ଦିବାକର ବସ୍ତିଆ ।

    ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ କିିଛି ବର୍ଷ ହେବ ଶାଶୁଘର ଛାଡି ବାପଘରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ମାରିବାକୁ ଆକ୍ରମଣ କରିଥିଲା । ଏପିରିକି ଶାଶୁଙ୍କୁ ମଧ୍ୟ ଛାଡିନଥିଲେ । ଶାଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ତେବେ ସ୍ତ୍ରୀ ଏବଂ ଝିଅକୁ ରକ୍ଷା କରିବା ପାଇଁ ବାପା ପାଲଟା ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଜ୍ୱାଇଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଇନଫୋଭ୍ୟାଲି ପୋଲିସ ଓ ଭୁବନେଶ୍ୱର ଜୋନ-୩ ଏସିପି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    75 %
    5.4kmh
    100 %
    Sat
    25 °
    Sun
    38 °
    Mon
    40 °
    Tue
    39 °
    Wed
    37 °

    ସମ୍ବନ୍ଧିତ