ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର
ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍ ଆରମ୍ଭ ହେବା ପର ଠାରୁ ପ୍ରତିଟି କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି ସ୍ୱାସ୍ଥ୍ୟକର୍ମୀ। ଫଳରେ ପ୍ରତିଟି କରୋନା ଆକ୍ରାନ୍ତ ନୂଆ ଜୀବନ ପାଇ ଘରକୁ ଫେରୁଛନ୍ତି। ନିଜ ଜୀବନ ଓ ପରିବାରକୁ ପଛ କରି ଆକ୍ରାନ୍ତଙ୍କ ସେବାରେ ଦିନ ରାତି ଲଗାଇ ଦେଉଛନ୍ତି। ତେଣୁ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀଙ୍କୁ ମିଳିବ ସୁବିଧା। ଆଉଟ୍ ସୋର୍ସ କର୍ମଚାରୀଙ୍କୁ ମାସକର ଦରମା ଅଧିକ ମିଳିବ ବୋଲି ଘୋଷଣା କରାଯାଇଛି।

ସେହିପରି ଆଶା କର୍ମୀଙ୍କୁ ବି ଅଧିକ ୧୦୦୦ ଟଙ୍କା ମିଳିବ। ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ଅର୍ଥ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଅନୁସାରେ ବିଗତ କିଛିଦିନ ତଳେ ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ଦେଖାଯାଇଥିଲା କିଏ ତାଙ୍କ ସ୍ୱାମୀ ଓ ପିଲାଛୁଆଙ୍କୁ ଛାଡ଼ି ଆସି କରୋନା ଆକ୍ରାନ୍ତଙ୍କ ସେବା କରୁଛି ତ କିଏ ନିଜ ବୁଢୀ ବାପା ମାଙ୍କୁ ଛାଡ଼ି ଆସିଛି।