ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ସରକାର

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ  ବଢ଼ାଇଲେ ସରକାର
ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ  ବଢ଼ାଇଲେ ସରକାର

ଭୁବନେଶ୍ୱର,ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଛି। ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ୨୦ରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି। ଏନେଇ ଡିଏମଇଟିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଚିଠି ଲେଖିଛନ୍ତି। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ନୂଆ ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ହାଉସ ସର୍ଜନ ସଂଘ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନ ଧମକ ଦେଇଥିଲେ। ଆଉ ଷ୍ଟାଇପେଣ୍ଡ ବୃଦ୍ଧି ହେବା ପରେ ସଂଘ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ଯାଇଛି।