ହଠାତ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ହଠାତ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ହଠାତ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଆଜି ହେଉଛି ଗୁରୁ ତେଜ ବାହାଦୂରଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ହଠାତ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଗୁରୁ ତେଜ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା। ଗୁରୁଦ୍ୱାର ରକବ ଗଞ୍ଜ ଗସ୍ତ ପୂର୍ବରୁ ପଞ୍ଜାବୀ ଭାଷାରେ ଶିଖ ଧର୍ମଗୁରୁଙ୍କ ସହିଦ ଦିବସରେ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଶିଖ୍ ଧର୍ମର ୧୦ଜଣ ଗୁରୁଙ୍କ ମଧ୍ୟରୁ ନବମ ଥିଲେ ଗୁରୁ ତେଜ ବାହାଦୂର।