ହ୍ବାଟସଆପ୍‌ରେ ମିଳିବ କରୋନା ଟିକାଦାନ କେନ୍ଦ୍ରର ସୂଚନା, ସେଭ୍ କରନ୍ତୁ ଏହି ନମ୍ବର

ହ୍ବାଟସଆପ୍‌ରେ ମିଳିବ କରୋନା ଟିକାଦାନ କେନ୍ଦ୍ରର ସୂଚନା, ସେଭ୍ କରନ୍ତୁ ଏହି ନମ୍ବର
ହ୍ବାଟସଆପ୍‌ରେ ମିଳିବ କରୋନା ଟିକାଦାନ କେନ୍ଦ୍ରର ସୂଚନା, ସେଭ୍ କରନ୍ତୁ ଏହି ନମ୍ବର

ଭୁବନେଶ୍ୱର:  କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଛି । ମାତ୍ର ଏହି ସମୟରେ ଯେଉଁ ପ୍ରଶ୍ନ ସବୁଠୁ ଅଧିକ ସର୍ଚ୍ଚ କରାଯାଉଛି ତାହା ହେଉଛି ନିକଟବର୍ତ୍ତୀ ଟିକାକରଣ କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଯଦି ଆପଣ ମଧ୍ୟ ଏ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଫେସବୁକ୍ ର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ରେ ଚାଟ୍ କରୁ କରୁ ହିଁ ଘର ନିକଟରେ ଥିବା ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ପାଇପାରିବେ ।

MyGovIndia ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ହ୍ବାଟସଆପ୍ ରେ MyGov Corona Helpdesk ଏବେ ଲୋକଙ୍କ ନିକଟତମ ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବ । ଏହା ହିନ୍ଦୀ ଏବଂ ଇଂଗ୍ରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ ।

 ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଆପଣଙ୍କୁ କେଉଁ ନମ୍ବରକୁ ମେସେଜ୍ କରିବାକୁ ପଡିବ, ଅର୍ଥାତ୍, ସବିଶେଷ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା…

୧- ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ୯୦୧୩୧୫୧୫୧୫ ନମ୍ବର ସେଭ୍ କରିବାକୁ ପଡିବ ।

୨- ନମ୍ବର ସେଭ୍ କରିବା ପରେ ଫୋନରେ ହ୍ବାଟସଆପ୍ ଖୋଲନ୍ତୁ ।

୩- ହ୍ବାଟସଆପ୍ ଖୋଲିବା ପରେ ସେଭ୍ କରିଥିବା ନମ୍ବର ସହିତ ଚାଟ୍ ବକ୍ସ ଖୋଲନ୍ତୁ ।

୪- Namaste ଲେଖି ପଠାନ୍ତୁ । ଚାଟବାଣ୍ଟ ଆପଣଙ୍କୁ ୯ଟି ବିକଳ୍ପ ସହ ରିପ୍ଲାଏ କରିବ ।

୫- ଟିକାକରଣ ସଂପର୍କରେ ସୂଚନା ପାଇବାକୁ, ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୬- ଏହାପରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ  ଟିକାକରଣକେନ୍ଦ୍ରର ସୂଚନା ପାଇଁ  ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୭- ଏହାପରେ ଆପଣଙ୍କୁ PIN କୋଡ୍ ଦେବା ପାଇଁ କୁହାଯିବ ।

୮- ଯେତେବେଳେ ଆପଣ ଆପଣଙ୍କ ଅଞ୍ଚଳର ପିନ୍ କୋଡ୍ ଲେଖି ପଠାଇବେ ନିକଟରେ ଥିବା ଟିକାକରଣ କେନ୍ଦ୍ର ବିଷୟରେ ସୂଚନା ପାଇଯିବେ ।