ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା
ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା

ନୂଆଦିଲ୍ଲୀ, ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୌରଭ ଗାଙ୍ଗୁଲି ଓରଫ ଦାଦା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସୂଚନାଥାଉକି, ଗତ ଶନିବାର ଦିନ ସୌରଭ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା।

ତେବେ ଦେଶର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ ମଙ୍ଗଳବାର ହସ୍ପିଟାଲ ପରିଦର୍ଶନରେ ଆସିବା ସହ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପରଖିଥିଲେ। ଗାଙ୍ଗୁଲି ସୁସ୍ଥ ଥିବା ସେ କହିଥିଲେ। ହସ୍ପିଟାଲରେ ସୌରଭଙ୍କୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ସରୋଜ ମଣ୍ଡଳଙ୍କ ନେତୃତ୍ୱରେ ୯ ଜଣିଆ ମେଡିକାଲ ଟିମ ଚିକିତ୍ସା କରୁଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ନିଜେ ଗାଙ୍ଗୁଲି ତାଙ୍କର ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି।