Sunday, June 15, 2025
35.8 C
Odisha

    ହୋମ ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ। ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.8 ° C
    35.8 °
    35.8 °
    41 %
    0.8kmh
    89 %
    Sun
    33 °
    Mon
    26 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ