ୟୁଏଇରେ ଖେଳାଯିବ ଆଇପିଏଲ୍‌ର ବାକି ମ୍ୟାଚ୍‌

ୟୁଏଇରେ ଖେଳାଯିବ ଆଇପିଏଲ୍‌ର ବାକି ମ୍ୟାଚ୍‌
ୟୁଏଇରେ ଖେଳାଯିବ ଆଇପିଏଲ୍‌ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖୁବଶୀଘ ଏନେଇ ତାରିଖ ଘୋଷଣା ହେବ ।ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର  ବଳକା ମ୍ୟାଚ୍ ସେପ୍ଟେମ୍ବର ତୃତୀୟ ସପ୍ତାହରେ ୟୁଏଇରେ ଖେଳା ଯାଇପାରେ ବୋଲି ରିପୋର୍ଟ ଆସିଥିଲା। ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ବାକି ସମସ୍ତ ୩୧ ମ୍ୟାଚ୍‌ ତିନି ସପ୍ତାହ ଭିତରେ ଖେଳାଯିବ। ଏଥିରେ ୧୦ ଦିନ ଦୁଇଟି ଲେଖାଏଁ ମୁକାବିଲା ଖେଳାଯିବ। ବିସିସିଆଇ ମତରେ ତିନି ସପ୍ତାହର ଓ୍ଵିଣ୍ଡୋ ୩୧ ମ୍ୟାଚ୍ ଆୟୋଜନ ପାଇଁ ପର୍ଯ୍ୟାପ୍ତ ଅଟେ। ଏବେ ବିସିସିଆଇ ମଧ୍ୟ ୟୁଏଇରେ ବଳକା ମ୍ୟାଚ୍ ଖେଳାଯିବ ବୋଲି ସ୍ପଷ୍ଟ କରିଛି । ତେବେ କେବେଠାରୁ ଏହା ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।