Friday, March 13, 2026
37.6 C
Odisha

    ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏପରିକି ମହାରାଷ୍ଟ୍ର ଜାଲଗାଓଁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବେ। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ବଳିଷ୍ଠ ପଦକ୍ଷେପ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଏସ୍‌ଏଜ୍‌ଜି ମହିଳାଙ୍କ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ଘୋଷଣା କରିବେ। ଏପରିକି ଏସ୍‌ଏଜ୍‌ଜି ମହିଳାଙ୍କ ପାଇଁ ୨୫୦୦ କୋଟିର ଏକ ପ୍ୟାକେଜ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
    ଅନ୍ୟପକ୍ଷେ ଶନିବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ଅନୁମୋଦନ କରାଯାଇଛି। ଏହା ଦ୍ୱାର ୨୫ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ ମିଳିବ। ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    8 %
    3.6kmh
    3 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ