୧୮୦ ବର୍ଷ ଯାଏଁ ବଞ୍ଚିବାକୁ ଦାବି କଲେ ବୈଜ୍ଞାନିକ, କରିଛନ୍ତି ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

୧୮୦ ବର୍ଷ ଯାଏଁ ବଞ୍ଚିବାକୁ ଦାବି କଲେ ବୈଜ୍ଞାନିକ, କରିଛନ୍ତି ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ
୧୮୦ ବର୍ଷ ଯାଏଁ ବଞ୍ଚିବାକୁ ଦାବି କଲେ ବୈଜ୍ଞାନିକ, କରିଛନ୍ତି ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

ଆମେରିକା ବ୍ୟବସାୟୀ ଓ ନ୍ୟୁୟର୍କ ଟାଇମ୍ସର ବେଷ୍ଟସେଲିଂ ରାଇଟର ଡେଭ ଏସ୍ପ୍ରେ ନିଜ ଶରୀରର ବୋନ ମେରୋରୁ ଷ୍ଟେମ ସେଲ ବାହାର କରି ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି।

ଖବର ଅନୁଯାୟୀ, ଏହି ବାୟୋହ୍ୟାକରୁ ଦାବି କରାଯାଉଛି ଯେ ଏହା ଦ୍ୱାରା ତାଙ୍କ ଆୟୁଷ ବଢ଼ିପାରିବ। ଡେଭ୍ ୧୮୦ ବର୍ଷ ଯାଏଁ ବଞ୍ଚିବାକୁ ତାଙ୍କର ତୀବ୍ର ଇଚ୍ଛା ଅଛି। ତାଙ୍କର ଏହି ଇଚ୍ଛା ତାଙ୍କୁ ଏହି କାମ କରିବାକୁ ପ୍ରଭାବିତ କରିଛି। ସେଥିପାଇଁ ସେ ଫାଦର ଅଫ ବାୟୋହ୍ୟାକ ଭାବେ ଜଣାଶୁଣା।

ଡେଭଙ୍କ ବର୍ତ୍ତମାନ ବୟସ ୪୭ ବର୍ଷ ଓ ସେ ୨୧୫୩ ମସିହା ଯାଏଁ ବଞ୍ଚିବାକୁ ଚାହୁଁଛନ୍ତି। ଅର୍ଥାତ ସେ ୧୮୦ ବର୍ଷ ଯାଏଁ ବଞ୍ଚିବାକୁ ଚାହୁଁଛନ୍ତି। ଡେଭ୍ କହିଛନ୍ତି ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ଭବିଷ୍ୟତରେ ମୋବାଇଲ ଫୋନ ଭଳି ଚାଲିବ। ଲୋକେ ମୋବାଇଲ ଭଳି ନିଜ ଶରୀରର ବିଭିନ୍ନ ଅଙ୍ଗ ବଦଳାଇ ପାରିବେ।

ଡେଭ ଏବେ ଯାଏଁ ଏହିଭଳି ଟେକନିକ ଉପରେ ୭.୪ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ସେ କହିଛନ୍ତି ଯେ, ୪୦ ବର୍ଷରୁ କମ ବୟସ ଲୋକ ଏହି ହ୍ୟାକ ଦ୍ୱାରା ନିଜକୁ ୧୦୦ ବର୍ଷ ଯାଏଁ ଖୁସି ଓ ଆକ୍ଟିଭ ରଖିପାରିବେ। ସେଥିପାଇଁ ସେ ଅନ୍ତରାଳ ଭୋଜନ କରନ୍ତି। ସେ କୁହନ୍ତି ଯେ ଖାଲି ପେଟରେ ରହିଲେ ଶରୀର ନିଜକୁ ମରାମତି କରିଥାଏ। କ୍ରାୟୋଥେରାପି ଉପରେ ବିଶ୍ୱାସ କରନ୍ତି। ଏହା ଶରୀରର କ୍ଷତିଗ୍ରସ୍ତ କୋଷକୁ କମ ତାପମାତ୍ରାରେ ଚିକିତ୍ସା କରିଥାଏ।