୧୮ ଜିଲ୍ଲାରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ

୧୮ ଜିଲ୍ଲାରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ
୧୮ ଜିଲ୍ଲାରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ୧୮ଟି ଜିଲ୍ଲାରୁ ୧୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ଜଣ ଓ ସ୍ଥାନୀୟ ସଂକ୍ରମଣ ୫୦ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୫୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ୨୬, ସମ୍ବଲପୁରରୁ ୨୩, ପୁରୀରୁ ୧୭, ଅନୁଗୁଳରୁ ୧୦, ବରଗଡ଼ ଓ ନୂଆପଡ଼ାରୁ ୬ ଲେଖାଏଁ, ଖୋର୍ଦ୍ଧା ଓ ଭଦ୍ରକରୁ ୫ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଆଜିର ୧୨୨ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୫୬୬ରେ ପହଞ୍ଚିଛି। ଅନ୍ୟପଟେ ୩ଲକ୍ଷ ୨୯ ହଜାର ୮୦୧ ଜଣ ସୁସ୍ଥ ହୋଇଛନ୍ତି, ୧୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୮୧୦ ଜଣ ଚିକିତ୍ସିତ ହେଉଛନ୍ତି।