୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୪୮ ଘଣ୍ଟାରେ ଆସୁଛି ବଡ଼ ଲଘୁଚାପ

୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୪୮ ଘଣ୍ଟାରେ ଆସୁଛି ବଡ଼ ଲଘୁଚାପ
୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୪୮ ଘଣ୍ଟାରେ ଆସୁଛି ବଡ଼ ଲଘୁଚାପ

୪୮ ଘଣ୍ଟା ମଧ୍ୟରେ ଆସୁଛି ବଡ଼ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁଇ ଦିନ ଭିତରେ ବଡ଼ ଧରଣର ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

୭ଟି ଜିଲ୍ଲା ତଥା କଟକ, ଭଦ୍ରକ, ଜଗତସଂହପୁର, କେନ୍ଦ୍ରାପଡା, ସମ୍ବଲପୁର, ଦେଓଗଡ ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ବର, କନ୍ଧମାଳ, ଯାଜପୁର, ମୟୂଭରଞ୍ଜ ଏବଂ ସୁନ୍ଦରଗଡରେ ମଧ୍ୟ ପ୍ରବଳ ବର୍ଷା ହେବ ।