୨୪ ଘଣ୍ଟାରେ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ
୨୪ ଘଣ୍ଟାରେ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୬୨୦୯ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି।https://twitter.com/HFWOdisha/status/1345734161210908672?s=19

ଆଜି ସୁନ୍ଦରଗଡ ଜିଲ୍ଲାରୁ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୩, ଅନୁଗୁଳରୁ ୨୧, କଟକରୁ ୨୧, ସମ୍ବଲପୁରରୁ ୧୯, ବରଗଡରୁ ୧୮, ବଲାଙ୍ଗିରରୁ ୧୬, ମୟୂରଭଞ୍ଜରୁ ୧୬, ଯାଜପୁରରୁ ୧୧, ବାଲେଶ୍ୱରରୁ ୧୦, କେନ୍ଦ୍ରାପଡାରୁ ୧୦, ନୂଆପଡାରୁ ୯, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, ଭଦ୍ରକରୁ ୨, ଜଗତସିଂପୁରରୁ ୨, ନବରଙ୍ଗପୁରରୁ ୨, କେନ୍ଦୁଝରରୁ ୧, ନୟାଗଡରୁ ୧, ପୁରୀରୁ ୧, ଷ୍ଟେଟପୁଲରୁ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।