୨ ଜୈଶ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ

୨ ଜୈଶ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ
୨ ଜୈଶ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ଜାମ୍ମୁ-କାଶ୍ମୀର ବାନ୍ଦିପୋରାରେ ବଡ଼ ସଫଳତା ମିଳିଛି। ଭାରତରେ ଆତଙ୍କରାଜ କରିବାକୁ ଆସିଥିବା ୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଜୀବନ୍ତ କାବୁ କରିଛନ୍ତି। ଏହି ୨ ଜଣ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।

ବାନ୍ଦିପୋରା ପୁଲିସ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ କିଛି ବେଆଇନ କାର୍ଯ୍ୟକଳାପ ଚାଲିଥିବା ଖବର ପାଇଥିଲା। ଏଠାରେ ୨ ଜଣ ଯୁବକ ଯୁବଗୋଷ୍ଠୀଙ୍କୁ ଭୁଲ ତଥ୍ୟ ଦେଇ ଦେଶ ବିରୋଧରେ ଉସକାଉଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଆକ୍ସନମୋଡକୁ ଆସିଥିଲେ।

ପୁଲିସ ସହ ୧୩ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସର୍ଚ୍ଚ ଅପରେସନ କରି ଉଲାର ଭାନଟେଜ ପାର୍କ ଅରଗାମ ବିପିଆର ଅଞ୍ଚଳରୁ ଅବଦୁଲ ମଜୀଦ ଖାନକୁ ଗିରଫ କରିଥିଲେ। ଅବଦୁଲର ଘର ବାନ୍ଦିପୋରାର କର୍ଲାପୋରାରେ ବୋଲି ଜଣାପଡ଼ିଛି। ତା’ ଠାରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଓ ୧୦ ରାଉଣ୍ଡ ଗୁଳି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।