୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଗୋଚ୍ଛାପଡ଼ା ଥାନା ଅଞ୍ଚଳରୁ ଆଜି ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ମୁତାବକ, କୌଣସି ସୁତ୍ରରୁ ଖବରପାଇ ପୁଲିସ ସିପାଞ୍ଜରୀ ଗ୍ରାମରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଏହି ଗ୍ରାମର ଭାସ୍କର ସାହୁଙ୍କ ଘରେ ୩ କ୍ୱିଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଥିଲା। ଏହାସହ ପୁଲିସ ଭାସ୍କର ସାହୁଙ୍କୁ ଗିରଫ କରିଥିଲା। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ବିଶରବା କହଁର ଓ ରଞ୍ଜିତ ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତିନି ଅଭିଯୁକ୍ତ ମାନେ ଏହି ଗଞ୍ଜେଇକୁ ବଉଦ ଜିଲ୍ଲା କଞ୍ଚାମାଳ ଅଞ୍ଚଳକୁ ଚାଲାଣ ପାଇଁ ବ୍ୟବସ୍ଥା କରୁଥିଲେ ବୋଲି କହିଛନ୍ତି। ଏ ନେଇ ଗୋଚ୍ଛାପଡା ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଥାନା ସୂତ୍ରରୁ ପ୍ରକାଶ।