୩୧ରେ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ

୩୧ରେ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
୩୧ରେ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର, ଡିସେମ୍ବର ୩୧ତାରିଖରେ ଚାକିରିରୁ ଅବସର ନେବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏନେଇ ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି । ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସଂସ୍କୃତି ସମ୍ପନ୍ନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ତ୍ରିପାଠୀ ୧୯୮୬ ବ୍ୟାଚର ଆଇଏଏସ। ତାଙ୍କୁ ନେଇ ପାୱାର କରିଡରରେ ସର୍ବଦା ଚର୍ଚ୍ଚା ଜୋର ହୁଏ। ମୁଖ୍ୟଶାସନ ସଚିବ ହେବା ପୂର୍ବରୁ ବି ତାହା ହୋଇଥିଲା। ସେ ମୁଖ୍ୟ ଶାସନ ପଦବୀକୁ ଆସିନ ହେବେ ନା’ ସେହି ବ୍ୟାଚର ଆଇଏଏସ ସୁରେଶ ମହାପାତ୍ର ହେବେ ସେନେଇ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହୋଇଥିଲା। ଶେଷରେ ଅସିତ ବାବୁ ବାଜି ମାରି ନେଇଥିଲେ। ମୁଖ୍ୟଶାସନ ପଦବୀରେ ବସିବାର କେଇ ମିନିଟ ପରେ ସେ ‘ଫାଇଲ ଚାଲିବ ନାହିଁ, ଦୌଡିବ’ ବୋଲି କହି ଲୋକଙ୍କ ହୃଦୟ ଜିତିଥିଲେ ।